Odia Learning

                                    ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ 

                                 ତାକୁ ଯେବେ ଜ୍ଞାନ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ?

                                                                               (ସ୍ୱଭାବ କବି ଗଙ୍ଗାଧର ମେହେର) |

 ନୂତନ ପିଢ଼ିକୁ ଭାଷାର ମହତ୍ତ୍ୱକୁ ଉପଲବ୍ଧ କରାଇ ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ପ୍ରସାର ଦିଗରେ ଉତ୍ତର ଆମେରିକାରେ ପ୍ରତିଷ୍ଠିତ ଓସା ସଙ୍ଗଠନର ଓଡ଼ିଆ ଶିକ୍ଷା ଦାନ କାର୍ଯ୍ୟକ୍ରମ (OSA Odia Learning) ଏକ ଉନ୍ନତ ଚିନ୍ତାଧାରାର ପରିକଳ୍ପ  | ବିଗତ ଚାରି ଦଶନ୍ଧି ଧରି ଓସାର କର୍ମକର୍ତ୍ତାମାନେ ଏହି ପ୍ରୟାସକୁ ଆରମ୍ଭ କରି ବଜାୟ ରଖିଛନ୍ତି | ଓସାର ଓଡ଼ିଆ ଶିକ୍ଷକମାନଙ୍କର ନିରନ୍ତର ପ୍ରଚେଷ୍ଠା ଅନଵୈଦ୍ୟ | 

 ଓସା ଅନ୍ତର୍ଭୁକ୍ତ ବିଭିନ୍ନ ସ୍ଥାନରେ ଓଡ଼ିଆ ଶିକ୍ଷାଳୟମାନ ଖୋଲା ଯାଇଛି | ଦୂର ଯାନ୍ତ୍ରିକ ସଂଯୋଗରେ ହେଉ ଅଥବା ବ୍ୟକ୍ତି ବିଶେଷ ମାଧ୍ୟମରେ ଓସାର ଓଡ଼ିଆ ଶିକ୍ଷକଙ୍କ ଦ୍ୱାରା ଓଡ଼ିଆ ଭାଷା ଶିକ୍ଷା କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇଆସୁଛି  | ସଂସ୍କାର ଆଉ ପରମ୍ପରାକୁ ଭିତ୍ତିକରି ଓସାର ବିଭିନ୍ନ ଜାଗାରେ ପର୍ବପର୍ବାଣି ପାଳନ ଅବସରରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥାଏ | ଯେପରିକି ଗଣେଶ ପୂଜା, ସରସ୍ବତୀ ପୂଜା ହେଉ ଅଥବା କୁମାର ପୂର୍ଣ୍ଣିମା, ଓଡ଼ିଆ ଭାଷାକୁ କେନ୍ଦ୍ର କରି ଏକ ଶିକ୍ଷଣୀୟ ଶୈଳୀରେ ପିଲାମାନଙ୍କୁ ନେଇ ଅତି ସୁନ୍ଦର ଭାବରେ ସଙ୍ଗୀତ, ବକ୍ତୃତା ଏବଂ ନାଟକ ପ୍ରସ୍ତୁତ କରାଯାଇଥାଏ | ଓସାର ବାର୍ଷିକ ସମ୍ମିଳନୀରେ ପ୍ରାଥମିକ ବର୍ଗର ପିଲାମାନଙ୍କ ପାଇଁ ଶବ୍ଦକୋଷର ପ୍ରତିଯୋଗିତା ଏବଂ ଉଚ୍ଚ ମାଧ୍ୟମିକ ପିଲାମାନଙ୍କ ପାଇଁ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥାଏ  | ପ୍ରୋତ୍ସାହନ ଦେବା ପାଇଁ କୃତି ପିଲାମାନଙ୍କୁ ଓସା ତରଫରୁ ପୁରସ୍କାର ମଧ୍ୟ ବିତରଣ କରାଯାଇଥାଏ | ଓଡ଼ିଆ ଭାଷାର ପ୍ରଚାର ଏବଂ ପ୍ରସାର ଦିଗରେ ଓସା ସର୍ବଦା ତତ୍ପର |

ଆମ ସହିତ ଯୋଡି ରହିବାର ଇ-ଡାକ ଠିକଣା : 

To: ool@odishasociety.org

cc: osaec@odishasociety.org